Categories: ବାଣିଜ୍ୟ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଲ୍‌ ଗେଟ୍‌ସ

ନୂଆଦିଲ୍ଲୀ,୧୯-୧୧: ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ବିଭିନ୍ନ ପ୍ରସଙ୍ଗ ଉପରେ ଏହି ଅବସରରେ ଆଲୋଚନା ହୋଇଥିବା ଜଣାପଡିଛି। ଭାରତୀୟ ଅର୍ଥ ବ୍ୟବସ୍ଥା ୨୦୨୦ ପରେ ତ୍ୱରିତ ହାରରେ ଅଭିବୃଦ୍ଧି କରିବ ବୋଲି ବିଲ୍‌ ଗେଟ୍‌ସ କହିଥିଲେ। ଏହା ସହ ୟୁପିଆଇ ଏବଂ ଆଧାର ବ୍ୟବସ୍ଥାକୁ ସେ ପ୍ରଶଂସା କରିଥିଲେ। ନିକଟରେ କଣ ହେବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ସେ ଦେଇ ନ ଥିବା ବେଳେ ଆଗାମୀ ଦଶକ ଭାରତର ହେବ ବୋଲି କହିଥିଲେ। ତ୍ୱରିତ ଅଭିବୃଦ୍ଧି ହାସଲ କରିବା ଲାଗି ଭାରତ ନିକଟରେ ପ୍ରବଳ ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଅନେକ ଲୋକଙ୍କୁ ଗରିବୀ ସ୍ଥିତିରୁ ବାହାରକୁ ଅଣାଯାଇ ପାରିବ। ଶିକ୍ଷା ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ବୃହତ୍ତ ନିବେଶ ଲାଗି ସରକାରଙ୍କୁ ସୁଯୋଗ ମିଳିବ। ବିଲ ଗେଟ୍‌ସ ଏବେ ଭାରତ ଗସ୍ତରେ ଥିବା ବେଳେ ମୋଦିଙ୍କୁ ଭେଟିବା ପରେ କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଭେଟିଛନ୍ତି। ଏହି ଅବସରରେ ଭାରତୀୟ ପୋଷଣ କୃଷି କୋଷ ଶୁଭାରମ୍ଭ କରାଯାଇଛି। ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଏବେ ପୋଷାଣ ଲାଗି ବିଲ୍‌ ଗେଟ୍‌ସ ଫାଉଣ୍ଡେଶନ ସହ ମିଳିତ ହୋଇ କାମ କରୁଛି।

Share