ନୂଆଦିଲ୍ଲୀ,୨୫।୫: ଏଣିକି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିକ ସକ୍ରିୟ ଭାବେ କାର୍ଯ୍ୟ କରିବ। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ସୂଚନା ଦେଇଛନ୍ତି। ମୋଦି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିକାରୀଙ୍କ ସହିତ ସାକ୍ଷାତ୍ କରି ଏପରି କହିଛନ୍ତି। ନିଜ କାର୍ଯ୍ୟକାଳ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କର୍ମଚାରୀ ତାଙ୍କୁ ସହଯୋଗ କରିଥିବାରୁ ମୋଦି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଧାରା ଆଗାମୀ ଦିନରେ ଜାରି ରହିବ ବୋଲି ମୋଦି ଆଶା ବ୍ୟକ୍ତ କରିଛନ୍ତି।