ଲକ୍ଷ୍ନୌ, ୩।୭: ଜଜ୍ଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆହ୍ଲାବାଦ୍ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ରଙ୍ଗନାଥ ପାଣ୍ଡେ। ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଜଜ୍ଙ୍କ ନିଯୁକ୍ତି ନେଇ କୌଣସି ନିର୍ଦ୍ଦିଷ୍ଟ ମାପଦଣ୍ଡ ନାହିଁ ଏବଂ ପ୍ରଚଳିତ ନିୟମ କେବଳ ପରିବାରବାଦ ଏବଂ ଜାତିବାଦକୁ ନେଇ ଜଜ୍ଙ୍କୁ ନିଯୁକ୍ତି ଦିଆଯାଉଛି ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ବନ୍ଦ କୋଠରୀରେ କପେ ଚା ପିଆଇ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ଜଜ୍ଙ୍କୁ ନିଯୁକ୍ତି ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। କେଉଁ ଆଧାରରେ ସେମାନଙ୍କୁ ନିଯୁକ୍ତି ଦିଆଯାଉଛି ତାହା ଗୋପନ ରଖାଯାଉଛି। କେବଳ ନାଁ ସର୍ବସାଧାରଣରେ ପ୍ରକାଶ କରାଯାଉଛି ବୋଲି ସେ କହିଛନ୍ତି।