ଜୁନାଗଡ,୨୦।୯(ଡି.ଏନ.ଏ.)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଉପଲକ୍ଷେ ଗୁରବାର ଜୁନାଗଡ ଭାଜପା ପକ୍ଷରୁ ସେବା ସପ୍ତାହ ଦିବସ ପାଳନ କରାଯାଇଛି। ଏହି ଅବସରରେ ଦଳୀୟ କର୍ମକର୍ତ୍ତମାନେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ରୋଗୀଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରିଥିଲେ। ପରେ ଡଙ୍ଗାଘାଟପଡାସ୍ଥିତ ସ୍କୁଲକୁ ଯାଇ ସେଠାକାର ଛାତ୍ରୀଛାତ୍ରଙ୍କୁ ପ୍ରତ୍ୟେକ ଘରେ ଶୌଚାଳୟ ନିର୍ମାଣ କରିବା ପାଇଁ କହିଥିଲେ। ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ମେହେରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜୁନାଗଡ ବ୍ଲକ ଅଧ୍ୟକ୍ଷା ନୁର୍ଯ୍ୟ ମାଝି,ବରିଷ୍ଠ ଭାଜପା ନେତା ବେଦ ପ୍ରକାଶ ଗୋଏଲ, ସତ୍ୟ ନାରାୟଣ ପଣ୍ଡା, ଜୁନାଗଡ ନଗର ସଭାପତି କାଲିନ୍ଦ୍ରୀ ପାଣିଗ୍ରାହୀ, ନାନ୍ଦୋଲ ଜୋନ ସଭାପତି ଲକ୍ଷ୍ମୀ ନାରାୟଣ ବାଣୁଆ, କୁବଲେ ପାଣିଗ୍ରାହୀ, ଶିବରାମ ରାଉତ, କୁନୁ ବୈଠାରୁ ଦାମୋଦର ବେହେରାଙ୍କ ସମେତ ଅନେକ ଭାଜପା କର୍ମୀ ସାମିଲ ହୋଇଥିଲେ।