Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଶୋଭାଯାତ୍ରା

ନୂଆଦିଲ୍ଲୀ,୨୮ା୧୨(ପି.ଟି.): ସଂଶୋଧିତ ନାଗରିକତ୍ୱ ଆଇନକୁ ବିରୋଧ ଏବଂ ଭୀମ୍‌ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ମୁକ୍ତି ଦାବିକରି ଶୁକ୍ରବାର ଶତାଧିକ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନ ଅଭିମୁଖେ ଯାଉଥିବାବେଳେ ସେମାନଙ୍କୁ ପୋଲିସ ଅଟକାଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ଓ ଡ୍ରୋନ୍‌ ସର୍ଭିଲେନ୍ସ ମୁତୟନ ସତ୍ତ୍ୱେ ଭୀମ୍‌ ଆର୍ମୀ ସଦସ୍ୟଙ୍କ ସମେତ ବିକ୍ଷୋଭକାରୀମାନେ ନିଜ ନିଜର ହାତ ବାନ୍ଧି ଦିଲ୍ଲୀ ଜୋରବାଗସ୍ଥିତ ଦର୍‌ଘା ଶାହ-ଇ-ମର୍ଦାନରୁ ଶୋଭାଯାତ୍ରାରେ ବାହାରିଥିଲେ। ସେମାନେ ଲୋକ କଲ୍ୟାଣ ମାର୍ଗରେ ଥିବା ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯିବାବେଳେ ବାଟରେ ପୋଲିସ ବାରିକେଡ୍‌ କରି ସେମାନଙ୍କୁ ଅଟକାଇଥିଲା। ସେମାନଙ୍କୁ ଯେପରି କେହି ହିଂସା ପାଇଁ ଦାୟୀ ନ କରିବ ସେଥିପାଇଁ ସେମାନେ ହାତ ବାନ୍ଧିଥିଲେ। ସେମାନେ ଆମ୍ବେଡ୍‌କର ଏବଂ ଆଜାଦଙ୍କ ପୋଷ୍ଟର ଧରିବା ସହ ‘ତାନାସାହି ନହିଁ ଚଲେଗୀ’ ସ୍ଲୋଗାନ ଦେଇଥିଲେ।

Share