Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନିଆଁ

ନୂଆଦିଲ୍ଲୀ,୩୧ା୧୨(ଆଇଏଏନ୍‌ଏସ୍‌): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ଲୋକକଲ୍ୟାଣ ମାର୍ଗ ବାସଭବନ କମ୍ପ୍ଲେକ୍ସରେ ସୋମବାର ସନ୍ଧ୍ୟାରେ ଛୋଟ ଧରଣର ଅଗ୍ନିକାଣ୍ଡ ହୋଇଛି। ସର୍ଟ ସର୍କିଟରୁ ନିଆଁ ଲାଗିଥିବାବେଳେ ଏହାକୁ ତୁରନ୍ତ ନିୟନ୍ତ୍ରଣ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ଫୋନ କଲ୍‌ ପାଇ ୯ଟି ନିଆଁଲିଭା ଗାଡ଼ି ପହଞ୍ଚତ୍ଥିଲା। ଇନ୍‌ଭର୍ଟରରୁ ସ୍ପାର୍କିଂ ହୋଇ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନ କିମ୍ବା କାର୍ଯ୍ୟାଳୟ ନୁହେଁ ଏସ୍‌ପିଜି ରିସେପଶନ୍‌ ଅଞ୍ଚଳରେ ନିଆଁ ଲାଗିଥିଲା ବୋଲି ପିଏମ୍‌ଓ ପକ୍ଷରୁ ଟୁଇଟ୍‌ କରାଯାଇଛି।

Share