Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକରେ ଯୋଗ ଦେବେ ନାହିଁ ମମତା

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଏଥିରେ ସବୁ ଦଳର ମୁଖ୍ୟମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେବେ ନାହିଁ ବୋଲି କହିଛନ୍ତି। ଏଥିପାଇଁ ସେ ସଂସଦୀୟ ବ୍ୟାପାରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଏକ ଚିଠିଲେଖି ଜଣାଇଛନ୍ତି। ସୂଚନାଯୋଗ୍ୟ, ୧୯ ତାରିଖରେ ମୋଦି ଯେଉଁ ସର୍ବଦଳୀୟ ବୈଠକ ଡାକିଛନ୍ତି ସେଥିରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଓ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ସମେତ ଆଉ କିଛି ମହତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିବାର ଯୋଜନା ରହିଛି। ଏହାସହ ୨୦ ଜୁନ୍‌ରେ ମୋଦି ରାଜ୍ୟ ସଭା ଓ ଲୋକ ସଭା ଏମ୍‌ପିଙ୍କର ଏକ ବୈଠକ ମଧ୍ୟ ଡାକିଛନ୍ତି।

Share