Categories: ଜାତୀୟ

ପ୍ରଧାନମନ୍ତ୍ରୀ ଅର୍ଥନୀତି ବୁଝନ୍ତି ନାହିଁ: ରାହୁଲ

ନୂଆଦିଲ୍ଲୀ,୨୯ା୧(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ଥନୀତି ବୁଝନ୍ତି ନାହିଁ। ସେ ଭାରତର ବହୁଳବାଦୀ ଛବିକୁ ବିଶ୍ୱରେ କଳଙ୍କିତ କରିଛନ୍ତି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମାଲୋଚନା କରିଛନ୍ତି। ରାଜସ୍ଥାନ ରାଜଧାନୀ ଜୟପୁରସ୍ଥିତ ଆଲବର୍ଟ ହଲ୍‌ରେ ଆୟୋଜିତ ‘ଯୁବ ଆକ୍ରୋଶ’ ରାଲିକୁ ସମ୍ବୋଧିତ କରି ରାହୁଲ କହିଛନ୍ତି, କୋଟି କୋଟି ଯୁବତୀଯୁବକ ସେମାନଙ୍କ ଚାକିରି ହରାଇଛନ୍ତି। ଉପା ସରକାର ଅମଳରେ ଅଭିବୃଦ୍ଧି ହାର ୯% ଥିବାବେଳେ ଏହା ଏବେ ୫%କୁ ଖସିଯାଇଛି। ଗରିବ ଓ ଚାଷୀ ଟଙ୍କା ପାଇଲେ ଖର୍ଚ୍ଚ କରନ୍ତି। ଏଥିରୁ ଅର୍ଥନୀତିକୁ ବଳ ମିଳେ। ମୋଦି ଅର୍ଥନୀତିର ମୂଳ ତଥ୍ୟକୁ ବୁଝିନାହାନ୍ତି। ପ୍ରଧାନମନ୍ତ୍ରୀ ସିଏଏ, ଏନ୍‌ଆର୍‌ସି ଏବଂ ଏନ୍‌ପିଆର୍‌ ଉପରେ ଦୀର୍ଘ ଭାଷଣ ଦେଉଥିବାବେଳେ ବେରୋଜଗାରୀ ପ୍ରସଙ୍ଗକୁ ନେଇ ଚୁପ୍‌ ରହୁଛନ୍ତି। ହିନ୍ଦୁସ୍ଥାନକୁ ବଦଳାଇବା ପାଇଁ ଯୁବ ସମାଜ ନିର୍ଭୀକ ହୋଇ ଆଗେଇ ଆସନ୍ତୁ ବୋଲି ରାହୁଲ ଏହି ଅବସରରେ ଆହ୍ବାନ ଦେଇଛନ୍ତି।

Share