Categories: ଜାତୀୟ

ପ୍ରଧାନମନ୍ତ୍ରୀ-ଅର୍ଥମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ଯୋଗୀ

ଲକ୍ଷ୍ନୌ,୧।୨: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଚଳିତ ବର୍ଷର ବଜେଟ ପାଇଁ ସେ ଏହି ଶୁଭେଚ୍ଛା ଜଣାଇଛନ୍ତି। ଏହି ବଜେଟ ଉନ୍ନତି ମୂଳକ ଓ କୃଷକଙ୍କୁ ସୁହାଇବା ଭଳି ହୋଇଥିବା ଯୋଗୀ କହିଛନ୍ତି। ଏଥିରେ ଦେଶର ଆର୍ଥିକ ସ୍ଥିତି ମଜଭୂତ ହେବ ବୋଲି ଯୋଗୀ ମତ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଲୋକସଭାରେ ଚଳିତ ବର୍ଷର ବଜେଟ୍‌ ଉପସ୍ଥାପନ କରିଛନ୍ତି।

Share