Categories: ବାଣିଜ୍ୟ

ପ୍ରଧାନମନ୍ତ୍ରୀ ଅର୍ଥ ବ୍ୟବସ୍ଥାର ବାସ୍ତବତାକୁ ଅଗ୍ରାହ୍ୟ କରୁଛନ୍ତି: କଂଗ୍ରେସ

ନୂଆଦିଲ୍ଲୀ,୨୧-୧୨: ଶିଳ୍ପ ଜଗତ ସାମ୍ନାରେ ପ୍ରଧାନ ମନ୍ତ୍ରୀ ଯେଉଁ ସବୁ କଥା ରଖିଛନ୍ତି ଯେଉଁ ସ୍ବପ୍ନ ଦେଖାଇଛନ୍ତି ତାହା ବାସ୍ତବ ନୁହେଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ସରକାର ଦେଶର ଅର୍ଥନୀତିକୁ ଠିକ୍‌ ଭାବେ ବିଚାର କରି ନ ଥିବା କଂଗ୍ରେସର ବରିଷ୍ଠ ମୁଖପାତ୍ର ଆନନ୍ଦ ଶର୍ମା କହିଛନ୍ତି। ଅର୍ଥବ୍ୟବସ୍ଥା ଏବେ ଖରାପ ସ୍ଥିତି ଦେଇ ଗତି କରୁଥିବା ବେଳେ ଯଦି ଏହାକୁ ସୁଧାରିବା ନ ନେଇ କୌଣସି ପଦକ୍ଷେପ ସରକାର ନ ନିଅନ୍ତି ଆସନ୍ତା ବର୍ଷ ସ୍ଥିତି ଆହୁରି ବିଗିଡିଯିବ ବୋଲି ସେ କହିଛନ୍ତି। ବାସ୍ତବତା ଠାରୁ ଦୂରେଇ ଯାଇ ପ୍ରଧାନମନ୍ତ୍ରୀ ଯେଉଁ ମିଛ ପ୍ରତିଶ୍ରୁତି ଦେଉଛନ୍ତି ଏବଂ ମିଛ ସ୍ବପ୍ନ ଦେଖାଉଛନ୍ତି ତାହା ବନ୍ଦ କରନ୍ତୁ। ୫ ଟ୍ରିଲିୟନ ଡଲାର ଅର୍ଥନୀତି ଲକ୍ଷ୍ୟ ହାସଲ ଲାଗି ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ୨ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି କେମିତି ହାସଲ ହେବ ବୋଲି ଶର୍ମା ପ୍ରଶ୍ନ ଉଠାଇଛନ୍ତି।

Share