ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନୈରାଶ୍ୟଜନକ: ଲକ୍ଷ୍ୟଧାର୍ଯ୍ୟର ମାତ୍ର ୪୨ ପ୍ରତିଶତ ସମ୍ପୂର୍ଣ୍ଣ

ନୟାଗଡ଼ ଅଫିସ,୨୬।୧: ନୟାଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅଗ୍ରଗତି ନୈରାଶ୍ୟଜନକ ହୋଇଥିବା ଦେଖିବାକୁ ମିଳିଛି। ଧାର୍ଯ୍ୟ ଲକ୍ଷ୍ୟଠାରୁ ମାତ୍ର ୪୨ ପ୍ରତିଶତ ଘର ସମ୍ପୂର୍ଣ୍ଣ ହୋଇଛି। ଅଧିକାରୀମାନଙ୍କ ଆନ୍ତରିକତା ଅଭାବ ଯୋଗୁ ଏପରି ହୋଇଥିବା ଅଭିଯୋଗ ହେଉଛି। ସେହିଭଳି ବିଭିନ୍ନ ସମୟରେ ହିତାଧିକାରୀମାନେ ପ୍ରଥମ କିସ୍ତି ଟଙ୍କା ନେଇ ପରେ ଘର ନ କରିବା ଅନ୍ୟ ଏକ କାରଣ ବୋଲି କୁହାଯାଉଛି।
ଆର୍ଥିକ ବର୍ଷରେ ଜିଲାର ୮ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ୪୬୧୨ ଘର ତିଆରି ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ତଦନୁସାରେ ୪୬୧୨ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ଦିଆଯାଇଥିଲା। ହେଲେ ସେଥିରୁ ବର୍ତ୍ତମାନ ସୁଦ୍ଧା ମାତ୍ର ୩୫୭୯ ଅର୍ଥାତ୍‌ ୭୭.୬ ପ୍ରତିଶତ ଘର ସମ୍ପୂର୍ଣ୍ଣ ହୋଇଛି। ସେହିପରି ୨୦୧୯-୨୦ରେ ୯୬୭୨ ଘର ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୯୫୧୬ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରାଯାଇଥିଲା। ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ୨ମାସ ବାକି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୪୧୨୨ ଅର୍ଥାତ୍‌ ୪୨.୬ ପ୍ରତିଶତ ଘର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।

Share