ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାକୁ ନେଇ ଗୃହରେ ଉଦ୍‌ବେଗ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା(ପିଏମଜିଏସଓ୍ବାଇ) ରାସ୍ତା ନିର୍ମାଣକୁ ନେଇ ମଙ୍ଗଳବାର ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି। ରାଜସ୍ବ ଗ୍ରାମକୁ ହିସାବକୁ ନିଆଯାଇଥିବାରୁ ଅନେକ ବଡ ବଡ ଗ୍ରାମକୁ ମଧ୍ୟ ଉକ୍ତ ଯୋଜନାରେ ରାସ୍ତା ନିର୍ମାଣ ହୋଇପାରୁନାହିଁ। ଜନସାଧାରଣ ଯିବା ଆସିବା କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ସରକାର ପିଏମଜିଏସଓ୍ବାଇ ଗାଇଡ୍‌ ଲାଇନରେ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ରକୁ ଅନୁରୋଧ କରନ୍ତୁ। ନଚେତ୍‌ ସେଇ ସବୁଗ୍ରାମ ଗୁଡିକ ରାସ୍ତା ସଂଯୋଗ କରିବା ପାଇଁ ବ୍ୟବସ୍ଥା କରନ୍ତୁ। ଉଭୟ ବିରୋଧୀ ଏବଂ ଶାସକ ଦଳର ସଭ୍ୟମାନେ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ହଲାପଟା କରିଥିଲେ।

Share