ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଫଣ୍ଡକୁ ସହଯୋଗର ହାତ ବଢାଇ ନାନା ପାଟେକର ଦେଲେ ଭଲ ଉପଦେଶ

ମୁମ୍ବାଇ,୩୧।୩: କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତାରେ। ଭାରତରେ ବି ବେଳକୁ ବେଳ କରୋନା ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି। ଏକେ କରୋନା ପାଇଁ ସମସ୍ତେ ସହାୟତାର ହାତ ବଢାଇଛନ୍ତି। ବଲିଉଡ୍‌ର ଭେଟେରାନ ଆକ୍ଟର ନାନା ପାଟେକର ତାଙ୍କ ଏନ୍‌ଜିଓ ନାମ୍‌ ଫାଉଣ୍ଡେଶନ ଜରିଆରେ ଦେବେ ବୋଲି ଏକ ଭିଡିଓ ଜାରି କରି କହିଛନ୍ତି। ତେବେ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ଓ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ନାନା ୫୦-୫୦ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିବେ ବୋଲି କହିଛନ୍ତି। ଏହାସହ ଏହି ଅଭିନେତା ଭଲ ଉପଦେଶ ମଧ୍ୟ ଦେଇଛନ୍ତି। ନାନା କହିଛନ୍ତି କରୋନା ସହ ଲଢିବାର ଭଲ ମାଧ୍ୟମ ହେଉଛି ନିଜକୁ ନିଜେ ଘରେ ବନ୍ଦ କରି ରଖିବା। ଅର୍ଥାତ୍‌ ଆପଣମାନେ ଘରେ ରୁହନ୍ତୁ ଓ କରୋନାକୁ ଦୂରେଇ ଦିଅନ୍ତୁ। ସେ କହିଛନ୍ତି ଏହି ସମୟରେ ଘରେ ରହିବା ସବୁଠାରୁ ବଡ ଦେଶସେବା ହେବ। ତେଣୁ ସମସ୍ତେ ଘରେ ରୁହନ୍ତୁ ଓ କରୋନା ସହ ଲଢନ୍ତୁ। ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦେଖି ନାନା ପାଟେକରଙ୍କ ଭଳି ବହୁ ବଲିଉଡ୍‌ ସେଲିବ୍ରିଟି ପ୍ରଧାନମନ୍ତ୍ରୀଙ୍କ କେୟାର ଫଣ୍ଡକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

Share