ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତା ପ୍ରଦାନ

କଣ୍ଟାପଡ଼ା,୯ା୪(ଡି.ଏନ୍‌.ଏ.) : ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତ୍ୱ ଏକମାତ୍ର ବିକଳ୍ପ ହୋଇଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଫଳରେ ସାଧାରଣ ଲୋକଙ୍କୁ ସହଯୋଗ ପାଇଁ ସରକାରଙ୍କ ଉପରେ ଆର୍ଥତ୍କ ବୋଝପଡୁଛି। ଏପରିସ୍ଥଳେ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ସରକାରଙ୍କୁ ଆର୍ଥତ୍କ ସହଯୋଗର ହାତ ବଢ଼ାଇଛନ୍ତି। ଏଭଳି ଦୁର୍ଦ୍ଦିନ ସମୟରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ କଣ୍ଟାପଡ଼ା ବ୍ଲକ ପକ୍ଷରୁ ୫୧୦୦୦ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ଗତ ୭ ତାରିଖରେ ସଂଘ ପକ୍ଷରୁ ଅନ୍‌ଲାଇନ୍‌ ମାଧ୍ୟମରେ ଉକ୍ତ ରାଶିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ପଠଯାଇଛି। ଶିକ୍ଷକମାନଙ୍କର ସହଯୋଗକୁ ସଂଘର ସଭାପତି ଓ ସମ୍ପାଦକ ସାଧୁବାଦ ଜଣାଇଛନ୍ତି। ସେହିପରି ବାଙ୍ଗାଲୋରର ଏକ ସଫ୍ଟଓୟାର କମ୍ପାନୀରେ ଚାକିରି କରୁଥିବା କଟକ ଜିଲା କଣ୍ଟାପଡ଼ା ଗ୍ରାମର ସୁରେନ୍ଦ୍ର ସାହୁ କରୋନା ପରିଚାଳନା ପାଇଁ ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୯୯୦୦୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ସେ ଅନ୍‌ଲାଇନରେ ଏହି ଅର୍ଥ ରାଶିକୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ପ୍ରଦାନ କରିଥିବା ଜଣାପଡ଼ିଛି।

Share