Categories: ଜାତୀୟ

ପ୍ରଧାନମନ୍ତ୍ରୀ ମୋଦି ଡିସ୍‌କଭରୀ ଚ୍ୟାନେଲ୍‌ର ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ୍‌ରେ ଅତିଥି: ସୋମବାର ରାତି ୯ଟା ରେ ୧୮୦ ଦେଶରେ ହେବ ପ୍ରସାରିତ

ନୂଆଦିଲ୍ଲୀ, ୧୧।୮: ଡିସ୍‌କଭରୀ ଚ୍ୟାନେଲ୍‌ର ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତିଥିଭାବେ ଯୋଗଦେଇଛନ୍ତି। ଏହାର ପ୍ରସାରଣ ସୋମବାର ରାତି ୯ଟାରେ ହେବ। କାର୍ଯ୍ୟକ୍ରମର ଉପସ୍ଥାପକ ଭାବେ ବିୟର ଗ୍ରିଲ୍ସ୍‌ ରହିଛନ୍ତିି। ଇତିମଧ୍ୟରେ ଏହାର ଭିଡ଼ିଓ କ୍ଲିପ୍‌ ବିଭିନ୍ନ ଚ୍ୟାନେଲ୍‌ରେ ପ୍ରସାରିତ ହେଉଛି। ଏହି କାର୍ଯ୍ୟକ୍ରମ ୧୮୦ଟି ଦେଶରେ ପ୍ରସାରିତ ହେବ। ମୋଦିଙ୍କର ପରିବେଶ ପ୍ରତି ଥିବା ସକାରାତ୍ମକ ଚିନ୍ତାଧାରା ସମ୍ପର୍କରେ ଦର୍ଶକ ଅବଗତ ହୋଇପାରିବେ ବୋଲି ଗ୍ରିଲ୍ସ୍‌ କହିଛନ୍ତି।

Share