ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଦୁଇ ଛାତ୍ରୀଙ୍କ ସହାୟତା

ଆନନ୍ଦପୁର,୨୮। ୪(ସ୍ବ.ପ୍ର.)-କୋଭିଡ-୧୯ର ମୁକାବିଲା ପାଇଁ ମଙ୍ଗଳବାର ଘସିପୁରା ଠାରେ ଥିବା ବାଲ ଶିକ୍ଷା ସଂସ୍ଥାନର ୫ମ ଶ୍ରେଣୀ ଛାତ୍ରୀ ଇପ୍ସୀତା ବେହେରା ୭୨୦୦ ଟଙ୍କା ପ୍ରଧାନ ମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ଦାନ କରିଛନ୍ତି। ତାଙ୍କ ବାପା ବିଶ୍ରବାନନ୍ଦ ବେହେରା ଏକ ଚା’ ଦୋକାନ କରି ପରିବାର ଭରଣପୋଷଣ କରିଥାନ୍ତି। ବାପାଙ୍କ ଠାରୁ ଇପ୍ସୀତା ରଖିଥିବା ସଞ୍ଚିତ ଅର୍ଥ ମଧ୍ୟରୁ କିଛି ଅର୍ଥ ରଖି ସହାୟତାର ହାତ ବଢାଇଛନ୍ତି। ସେହିଭଳି ଘସିପୁରାର ଯୁବ ବ୍ୟବସାୟୀ ଚନ୍ଦନ ସାହୁଙ୍କ ଝିଅ ଚିନ୍ମୟୀ ୨୫୦୦ ଟଙ୍କା ପ୍ରଧାନ ମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ସହାୟତା କରିଛନ୍ତି। ଦୁଇ ଜଣ କୁନି ପିଲାଙ୍କର ଏଭଳି ସେବାମନୋବୃତ୍ତିକୁ ସବୁ ମହଲରେ ସ୍ବାଗତ କରାଯାଇଛି। ଆଦର୍ଶ ସେବା ସଂଜ୍ଞାର ସଭାପତି ଯଜ୍ଞ ପ୍ରସାଦ , କଳାକାର ସଂଘର ସମ୍ପାଦକ ରାଜକିଶୋର ସାହୁ, ଯୁବ ବ୍ୟବସାୟୀ ରାଜେନ୍ଦ୍ର ସାହୁଙ୍କ ଉଦ୍ୟମରେ ଦୁଇ କୁନି ପିଲା ଆନନ୍ଦପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏହି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

Share