ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

ଭଦ୍ରକ ଅଫିସ,୭।୫: ଦେଶରେ ଦିନକୁ ଦିନ କରୋନା ଭାଇରସ୍‌ ସଂକ୍ରମଣ ବଢ଼ି ବଢ଼ି ଚାଲିଛି। ଏହି ରୋଗର ନିରାକରଣ ସହାୟତା ପାଇଁ ଶ୍ରୀରାମ ମହାଯଜ୍ଞ ସମିତି, ଭଦ୍ରକ ପକ୍ଷରୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ବୁଧବାର ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ନୂଆବଜାର ଶାଖାର ଶାଖା ପରିଚାଳକ ଶୈଳେନ୍ଦ୍ର ମଲ୍ଲିକଙ୍କୁ ଏହି ଟଙ୍କା ଚେକ୍‌ ମାଧ୍ୟମରେ ପ୍ରଦାନ କରାଯାଇଛି। ଏହି ଅବସରରେ ସମିତିର ବରିଷ୍ଠ ଉପଦେଷ୍ଟା ତଥା ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ, ସମ୍ପାଦକ ଶରତ ପିଆରୀ, ସଂଯୋଜକ ଗୋବିନ୍ଦ ରାଉତ, କୋଷାଧ୍ୟକ୍ଷ ନିରଞ୍ଜନ ସାହୁ, ଅଭିମନ୍ୟୁ ସେଠୀ, ବିଜୟ ଭୂଷଣ ନାୟକ, ପ୍ରମୁଖ ଉପସ୍ଥିତ ଥିଲେ। ଏତଦ୍‌ ବ୍ୟତୀତ ସମିତି ପକ୍ଷରୁ ଦୈନିକ ଚାଉଳ, ଚୁଡ଼ା ଆଦି ଶୁଖିଲା ଖାଦ୍ୟ ସହ ମାସ୍କ ବଣ୍ଟନ କରାଯାଉଛି।

Share