ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ରଖିଛନ୍ତି ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ବିଭିନ୍ନ ସମୟରେ ଏମିତି କିଛି କଥା କହି ଚର୍ଚ୍ଚାକୁ ଆସିବାକୁ ପସନ୍ଦ କରି ଥାଆନ୍ତି। କେବଳ ବଲିଉଡ୍‌ ନୁହେଁ ହଲିଉଡ୍‌ରେ ମଧ୍ୟ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ଇଂରାଜୀ ଗଣମାଧ୍ୟମ ଟାଇମ୍ସ ଅଫ୍‌ ଇଣ୍ଡିଆର ସୂଚନା ଅନୁଯାୟୀ, ଦେଶୀଗର୍ଲ ପ୍ରିୟଙ୍କା ଭାରତର ପ୍ରଧାନମନ୍ତ୍ରୀ ହେବାକୁ ଆଶା ରଖିଥିବା ପ୍ରକାଶ କରିଛନ୍ତି। ତେଣୁ ରାଜନୀତିରେ ଯେ ତାଙ୍କର ରୁଚି ରହିଛି ତାହା ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି। କେବଳ ସେତିକି ନୁହେଁ ତାଙ୍କ ସ୍ବାମୀ ନିକ୍‌ ଜୋନସ୍‌ ମଧ୍ୟ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢନ୍ତୁ ବୋଲି ସେ କହିଛନ୍ତି। ହେଲେ ପୁଣି ଥରେ ସେ କହିଛନ୍ତି ନିକ୍‌ଙ୍କର ରାଜନୀତିରେ ଆଦୌ ରୁଚି ନାହିଁ। ସେ ଯାହା ବି ହେଉନା କାହିଁକି ଏହି ଦେଶୀଗର୍ଲ ଏବେ କିନ୍ତୁ ଏଣ୍ଟରଟେନ୍‌ମେଣ୍ଟ ଦୁନିଆରେ ନିଜକୁ ଖୁବ୍‌ ଆକ୍ଟିଭ ରଖିଛନ୍ତି। ନିକଟରେ ସେ ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ରେ ନଜର ଆସିବେ।

Share