ପ୍ରଧାନମନ୍ତ୍ରୀ ହେବାର ବର୍ଷପୂର୍ତ୍ତି ଅବସରରେ ଦେଶକୁ ସମ୍ବୋଧନ କରିବେ ଇମ୍ରାନ୍‌

ଇସଲାମାବାଦ,୩।୮: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ କାର୍ଯ୍ୟକାଳକୁ ଅଗଷ୍ଟ ୧୮ରେ ବର୍ଷେ ପୂରିବ। ଏହି ଅବସରରେ ସେ ତାଙ୍କର ବର୍ଷକର କାର୍ଯ୍ୟକାଳକୁ ନେଇ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏଥିଲାଗି ସେ ସବୁ ମନ୍ତ୍ରୀ ଓ ସବୁ ବିଭାଗକୁ ବର୍ଷକର ରିପୋର୍ଟ କାର୍ଡ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଅଗଷ୍ଟ ୯ ପର୍ଯ୍ୟନ୍ତ କରାଯାଇଥିବା ବଡ ବଡ ୫ଟି କାମର ଉଦାହରଣ ଦେବାକୁ ସେ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୮ ଅଗଷ୍ଟ ୧୮ରେ ଇମ୍ରାନ୍‌ ୨୨ତମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

Share