ପ୍ରଧାନଶିକ୍ଷକଙ୍କ ମାଡ଼ରେ ଛାତ୍ର ଆହତ, ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଝାରସୁଗୁଡ଼ା ଅଫିସ/ଲଖନପୁର,୧।୧୧(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବାଲିଯୋରୀ ଉଚ୍ଚ ପ୍ରାଥମିକ ଉନ୍ନିତ ସ୍କୁଲରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ପ୍ରଧାନଶିକ୍ଷକଙ୍କ ମାଡ଼ରେ ଜଣେ ୫ମ ଶ୍ରେଣୀ ଛାତ୍ର ଆହତ ହୋଇଛନ୍ତି। ସେ ହେଲେ ଶିବ ଧୁରୁଆ। ତାଙ୍କ ଗାଲ, ଆଖି ପତା ଏବଂ କାନରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ପରିବାରଲୋକେ ଚିକିତ୍ସା ପାଇଁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଏନେଇ ଶିବଙ୍କ ବାପା ଝାରସୁଗୁଡ଼ା ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ଝାରସୁଗୁଡ଼ା ଥାନାରେ ମାମଲା(ନଂ ୭୦୩/୧୯) ରୁଜୁ କରାଯାଇ ପୋଲିସ ତଦନ୍ତ ଚଳାଇଛି। ଖବର ପାଇ ଜିଲା ଶିକ୍ଷାଧିକାରୀ ମିତ୍ରଭାନୁ କଛପ ସ୍କୁଲକୁ ଯାଇ ଘଟଣା ସମ୍ପର୍କରେ ପଚରାଉଚରା କରି ଫେରିଛନ୍ତି। ସେହିପରି ଜିଲା ଶିଶୁ ମଙ୍ଗଳ କମିଟି ତରଫରୁ ମଧ୍ୟ ତଦନ୍ତ ଜାରି ରହିଛି। ଅପରପକ୍ଷେ ଏହାକୁ ସ୍କୁଲ ପ୍ରଧାନଶିକ୍ଷକ ନିର୍ମଳ ନାଏକ ଅସ୍ବିକାର କରିଛନ୍ତି।

Share