Categories: ଜାତୀୟ

ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେଲେ ବୋବଡେ

ନୂଆଦିଲ୍ଲୀ,୧୮।୧୧: ସୋମବାର ସୁପ୍ରିମ୍‌କୋର୍ଟର ୪୭ତମ ପ୍ରଧାନ ବିଚାରପତି ଭାବେ ୬୩ ବୟସ୍କ ଶରଦ ଅରବିନ୍ଦ ବୋବଡେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ବୋବ୍‌ଡେ ଏକ ବର୍ଷ ୫ ମାସ ଏହି ପଦବୀରେ କାର୍ଯ୍ୟ କରିବେ। ସେ ୨୦୨୧ ଏପ୍ରିଲ୍‌ ୨୩ରେ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ପଦବୀରୁ ଅବସର ଗ୍ରହଣ କରିବେ। ୧୯୫୬ ଏପ୍ରିଲ୍‌ ୨୪ରେ ସେ ମହାରାଷ୍ଟ୍ରର ନାଗପୁରଠାରେ ଜନ୍ମଗ୍ରହଣ କରିଥିଲେ। ନାଗପୁର ବିଶ୍ୱବିଦ୍ୟାଳୟରୁ ସେ ଏଲ୍‌ଏଲ୍‌ବି ଡିଗ୍ରୀ ହାସଲ କରିଥିଲେ।

Share