Categories: ଜାତୀୟ

ପ୍ରଫୁଲ୍ଲ ପଟେଲଙ୍କୁ ଇଡି ସମନ

ନୂଆଦିଲ୍ଲୀ,୨।୬: କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ସମୟରେ ହୋଇଥିବା ବେସାମରିକ ବିମାନ ଚଳାଚଳ ବିଭାଗ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ପୂର୍ବତନ ମନ୍ତ୍ରୀ ତଥା ଏନ୍‌ସିପି ନେତା ପ୍ରଫୁଲ୍ଲ ପଟେଲଙ୍କୁ ସମନ ଜାରି କରିଛି। ୨୦୦୮-୦୯ରେ ଏହି ଦୁର୍ନୀତି ହୋଇଥିବାବେଳେ ପ୍ରଫୁଲ୍ଲ ସେତେବେଳେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଥିଲେ। ଇଡି ତଦନ୍ତରେ ସହଯୋଗ କରିବେ ବୋଲି ପ୍ରଫୁଲ୍ଲ କହିଛନ୍ତି। ଏୟାର ଇଣ୍ଡିଆର ଲାଭଦାୟକ ରୁଟ୍‌ଗୁଡିକୁ ଘରୋଇ ଏୟାରଲାଇନ୍ସକୁ ପ୍ରଦାନ କରାଯିବାରେ ଲବିଷ୍ଟ ଦୀପକ ତଲଓ୍ବାରଙ୍କ ଭୂମିକା ଉପରେ ଇଡି ତଦନ୍ତ ଚଳାଇଛି। ପ୍ରଫୁଲ୍ଲଙ୍କ ସହାୟତାରେ ତିନୋଟି ବିଦେଶୀ ଏୟାରଲାଇନ୍ସକୁ ଲାଭଦାୟକ ରୁଟ୍‌ ଯୋଗାଇଦେବା ଲାଗି ତଲଓ୍ବାର ୨୭୨ କୋଟି ଟଙ୍କା ପାଇଥିଲେ। ସେ ମନ୍ତ୍ରୀ ପ୍ରଫୁଲ୍ଲଙ୍କ ସହ ନିୟମିତ ସମ୍ପର୍କରେ ଥିଲେ ବୋଲି ଇଡି ଚାର୍ଜଶିଟ୍‌ରେ ଉଲ୍ଲେଖ କରିଛି।

Share