ପ୍ରଫୁଲ୍ଲ ମଲ୍ଲିକ ୧୦୯୦୪ ଭୋଟରେ ଆଗୁଆ

କାମାକ୍ଷାନଗର, ୨୩ା୫(ଡି.ଏନ୍‌.ଏ.)-କାମାକ୍ଷାନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୬ତମ ରାଉଣ୍ଡ ଫଳାଫଳ ପଦାକୁ ଆସିଛି। ୬୨,୫୬୬ ଖଣ୍ଡ ଭୋଟ ସହ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଆଗୁଆ ରହିଛନ୍ତି। ଭାଜପାର ଶତ୍ରୁଘ୍ନ ଜେନା ୫୧,୬୬୨ ଭୋଟ ସହ ଦ୍ୱିତୀୟ ଏବଂ କଂଗ୍ରେସ ପ୍ରାର୍ଥୀ ଭବାନୀ ଶଙ୍କର ମହାପାତ୍ର ୫୧୭୮ ଖଣ୍ଡ ଭୋଟ ସହ ତୃତୀୟ ସ୍ଥାନରେ ଅଛନ୍ତି। ପ୍ରଫୁଲ୍ଲ ଭାଜପା ପ୍ରାର୍ଥୀଙ୍କ ଠାରୁ ୧୦,୯୦୪ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।