ପ୍ରବନ୍ଧ ଲେଖିବାକୁ କହିଲେ ପ୍ରଫେସର: ଖାଲି କାଗଜ ଧରାଇଲେ ଛାତ୍ରୀ ମିଳିଲା ଫୁଲ୍‌ ମାର୍କ

ଜାପାନ ଯୁନୁଭର୍ସିଟିର ଜଣେ ଛାତ୍ରୀ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛନ୍ତି। ଗବେଷଣାରତ ଏହି ଛାତ୍ରୀ ଜଣଙ୍କୁ ପ୍ରଫେସର ପ୍ରବନ୍ଧ ଲେଖିବାକୁ କହିଥିଲେ। ହେଲେ ଛାତ୍ରୀ ଜଣଙ୍କ ଶେଷରେ ପ୍ରଫେସରଙ୍କୁ ଖାଲି କାଗଜ ଧରାଇ ଦେଇଥିଲେ। ଯାହାକୁ ଦେଖି ପ୍ରଫେସର ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ହେଲେ ସେ ସେହି ସାଦା କାଗଜଟିକୁ ଯେତେବେଳେ ନିଆଁ ସାମ୍ନାରେ ଦେଖାଇଥିଲେ ସେଥିରେ ସବୁ ଅକ୍ଷର ସ୍ପଷ୍ଟ ଜଣାପଡିଥିଲା। କାରଣ ଛାତ୍ରୀ ଏମି ହାଗା ଅଦୃଶ୍ୟ କାଳିରେ ପ୍ରବନ୍ଧଟି ଲେଖିଥିଲେ। ଆଉ ଏହାକୁ ଦେଖିବା ପରେ ତାଙ୍କୁ ଫୁଲ୍‌ ମାର୍କ ଦିଆଯାଇଥିଲା। ଛାତ୍ରୀ ଜଣକ ଇତିହାସ ବିଭାଗର ହୋଇଥିବା ବେଳେ ନିକଟରେ ସେ ନିଂଜା ମ୍ୟୁଜିୟମ ବୁଲି ଯାଇଥିଲେ। ଆଉ ଏହାରି ଉପରେ ପ୍ରବନ୍ଧ ଲେଖିବାକୁ ପ୍ରଫେସର ତାଙ୍କୁ କହିଥିଲେ।

Share