Categories: ଜାତୀୟ

ପ୍ରବଳ ତାତି: ତେଲେଙ୍ଗାନାରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୮୮ରେ ପହଞ୍ଚିଲା

ହାଇଦ୍ରାବାଦ୍‌, ୨।୬:ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଦିନକୁ ଦିନ ତାପମାତ୍ରା ବୃଦ୍ଧିଯୋଗୁ ଦେଶରେ ଅଂଶୁଘାତ ଜନିତ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି। ଏଯାବତ୍‌ ତେଲେଙ୍ଗାନାରେ ଅଂଶୁଘାତ ମୃତ୍ୟୁସଂଖ୍ୟା ସର୍ବାଧିକ ୮୮ରେ ପହଞ୍ଚିଥିବାବେଳେ ଆନ୍ଧ୍ରପ୍ରଦେଶରେ ୬୭, କେରଳରେ ୧୫ ଏବଂ ମହାରାଷ୍ଟ୍ର ୭ଜଣଙ୍କ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ସବୁଠୁ ଅଧିକ ଗରମ ହେଉଥିବା ବିଶ୍ୱର ୧୫ଟି ସହର ମଧ୍ୟରେ ଭାରତର ୮ଟି ସହର ସ୍ଥାନ ପାଇଛି। ସେଗୁଡିକ ହେଲା ରାଜସ୍ଥାନର ଚୂରୁ, ବିକାନେର୍‌, ପିଲାନୀ, ଜୈଶଲମେର ଏବଂ ଗଙ୍ଗାନଗର, ଉତ୍ତର ପ୍ରଦେଶର ବାନ୍ଦା, ମଧ୍ୟପ୍ରଦେଶର ନୌଗାଁଓ ଏବଂ ହରିୟାଣାର ନାରତୌଲ ସାମିଲ ରହିଛି।

Share