ପ୍ରବଳ ଥଣ୍ଡା: ଏଠି ହାତୁଡ଼ିରେ ଫଟାଯାଉଛି ଅଣ୍ଡା; ଗାଡ଼ିରେ ବନ୍ଧାହେଉଛି ଲୁହା ଚେନ୍‌

ନୂଆଦିଲ୍ଲୀ,୨।୧: ସିଆଚେନ୍‌ରେ ପ୍ରବଳ ଥଣ୍ଡା ଅନୁଭୁତ ହୋଇଥାଏ। ଏଠାରେ ତାପମାତ୍ରା ମାଇନସ୍‌ ୪୦ ଡିଗ୍ରୀ ସେଲସିୟସ୍‌ରୁ ମଧ୍ୟ କମ୍‌ ରହିଥାଏ। ଏଠାରେ ପ୍ରାୟ ୩ରୁ ୪ ହଜାର ଭାରତୀୟ ଯବାନଙ୍କୁ ମୁତୟନ କରାଯାଇଛି। ଏଠାରେ ଟମାଟୋ ପ୍ରବଳ ଥଣ୍ଡାଯୋଗୁ ପଥର ଭଳି ଟାଣ ହୋଇଯାଇଥାଏ। ସେହିପରି ଅଣ୍ଡାକୁ ହାତୁଡ଼ିରେ ଫଟାଇବାକୁ ପଡ଼ିଥାଏ। ସମସ୍ତ ପନିପରିବାକୁ କିଛି ସମୟ ଉଷୁମ ପାଣିରେ ପକାଇ ରଖିବା ପରେ ଏହା ସ୍ବାଭାବିକ ହୋଇଥାଏ। ସେହିପରି ଭାରତ-ଚାଇନା ସୀମାରେ ଥିବା ୭୬.୪ କିମି ଦୀର୍ଘ ରାସ୍ତାରେ ବରଫ ପଡ଼ିଥିବା ଯୋଗୁ ସେନାବାହିନୀ ଗାଡ଼ିର ଚକା ସ୍ଲିପ୍‌ କରିଥାଏ। ତେଣୁ ଚକାରେ ଲୁହା ଚେନ୍‌ ବନ୍ଧାଯାଇଥାଏ। ଏହା ଦ୍ୱାରା ବରଫ ରାସ୍ତାରେ ଯିବା ସହଜ ହୋଇଥାଏ।

Share