ପ୍ରବଳ ବର୍ଷାରେ ଅଞ୍ଚଳ ଜଳମଗ୍ନ

ସୋରଡ଼ା,୬।୯(ଡି.ଏନ.ଏ.)-ଅନବରତ ବର୍ଷା ଯୋଗୁ ସୋରଡ଼ା ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ସହରର ବାଂକ ବଜାର, ଖଦାଳ ସାହିରେ ନାଳ ପାଣି ରାସ୍ତା ଉପରେ ଭାସିବା ସହ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଜରଉ, ବାନ୍ଥୁଳି, ଋଷିକୁଲ୍ୟା ନଦୀରେ ପାଣି ବଢୁଥିବା ବେଳେ ଦିନସାରା ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପରିବା ବ୍ୟବସାୟୀମାନେ ବିଶେଷକରି କ୍ଷତିଗ୍ରସ୍ତ ହୋଇଥିବା ଦେଖାଦେଇଛି। ଉଠା ଦୋକାନିଙ୍କ ବ୍ୟବସାୟ ଏକରକମ ବନ୍ଦ ହୋଇଯାଇଛି । ବର୍ଷାଜନିତ କୌଣସି ସମସ୍ୟାକୁ ସମାଧାନ କରିବାକୁ ପ୍ରଶାସନ ତପତ୍ର ଥିବା ଜଣାପଡ଼ିଛି।