Categories: ଜାତୀୟ

ପ୍ରବଳ ବର୍ଷାରେ ବୁଡ଼ିଲା ରେଳ ଲାଇନ୍‌: ମହାଲକ୍ଷ୍ମୀ ଏକ୍ସପ୍ରେସ୍‌ର ଯାତ୍ରୀ ଜଳବନ୍ଦୀ

ମୁମ୍ବାଇ,୨୭।୭: ମହାରାଷ୍ଟ୍ରରେ ପୁଣି ଦେଖାଦେଇଛି ବନ୍ୟା ବିତ୍ପାତ। ପ୍ରବଳ ବର୍ଷା ଯୋଗୁ ବନ୍ୟା ଜଳ ରେଳ ଲାଇନ୍‌ ଉପରେ ପ୍ରବାହିତ ହେଉଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ବଦଲାପୁରଠାରୁ ବାନଗନି ଯାଉଥିବା ମହାଲକ୍ଷ୍ମୀ ଏକ୍ସପ୍ରେସ୍‌କୁ ବାଟରେ ଅଟକାଇ ଦିଆଯାଇଛି। ଏଥିରେ ଥିବା ୭୦୦ରୁ ଅଧିକ ଯାତ୍ରୀ ଜଳବନ୍ଦୀ ଅବସ୍ଥାରେ ଥିବା କୁହାଯାଉଛି। ଟ୍ରେନ୍‌ର ତଳକୁ ନ ଓହ୍ଲାଇବା ପାଇଁ କେନ୍ଦ୍ରୀୟ ରେଲଓ୍ବେ ପକ୍ଷରୁ ଯାତ୍ରୀମାନଙ୍କୁ ନିବେଦନ କରାଯାଇଛି। ରେଳ ଲାଇନ୍‌ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିଲେ ମଧ୍ୟ ଟ୍ରେନ୍‌ ସୁରକ୍ଷିତ ରହିଥିବା କେନ୍ଦ୍ରୀୟ ରେଲଓ୍ବେ କହିଛି।

ଯାତ୍ରୀମାନଙ୍କ ଉଦ୍ଧାର ଲାଗି ଏଠାକୁ ଏନଡିଆରଏଫ୍‌ ଦଳଙ୍କୁ ପଠାଯାଇଛି। ଆର୍‌ପିଏଫ୍‌ ପକ୍ଷରୁ ଯାତ୍ରୀମାନଙ୍କୁ ବିସ୍କୁଟ ଓ ପାଣି ଆଦି ବଣ୍ଟନ କରାଯାଉଥିବା ରେଲଓ୍ବେ ପକ୍ଷରୁ ସୂଚନା ଦିଆଯାଇଛି।

Share