ପ୍ରବଳ ବର୍ଷାରେ ବେହାଲ୍‌ ଆମେରିକା : ହ୍ବାଇଟ୍‌ ହାଉସରେ ପଶିଲା ପାଣି

ଓ୍ବାଶିଂଟନ,୯।୭: ଗତ ସୋମବାର ଆମେରିକାରେ ପ୍ରବଳ ବର୍ଷା ହେବା ଫଳରେ ବିଭିନ୍ନ ସହର ଜଳମଗ୍ନ ହେବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏମିତିକି ଆମେରିକାର ରାଷ୍ଟ୍ରପତି ଭବନର ବେସ୍‌ମେଣ୍ଟରେ ଯେଉଁଠାରେ ଖବରଦାତାମାନେ ବସିଥାଆନ୍ତି ସେଠାରେ ମଧ୍ୟ ପାଣି ଭର୍ତ୍ତି ହୋଇଯାଇଥିବା ଖବର ମିଳିଛି। ସୋମବାର ବିଭିନ୍ନ ସ୍ଥାନରେ ପାଖାପାଖି ୩.୩ ଇଞ୍ଚର ବର୍ଷା ହେବା ଫଳରେ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇ ପଡିଛି। ଓ୍ବାଶିଂଟନ ସମେତ ଭର୍ଜିନିଆରେ ମଧ୍ୟ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ଆଗକୁ ବର୍ଷା ସମ୍ଭାବନା ଥିବାରୁ ଦକ୍ଷିଣ ଓ୍ବାଶିଂଟନରେ ଟ୍ରେନ୍‌ ସେବା ବନ୍ଦ କରି ଦିଆଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଗାମୀ ଦୁଇ ଦିନରେ ପ୍ରବଳ ବର୍ଷା ସହ ଝଡ଼ ତୋଫାନ ହେବାର ଆଶଙ୍କା  ଥିବାରୁ ଲୋକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି।

Share