Categories: ଜାତୀୟ

ପ୍ରବଳ ବର୍ଷା: ଜାତୀୟ ରାଜପଥରେ ବଡ଼ ଫାଟ

ବେଙ୍ଗାଲୁରୁ,୬।୮: ପ୍ରବଳ ବର୍ଷାଯୋଗୁ କର୍ନାଟକର କେତେକ ଜିଲାର ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସ୍ଥାନୀୟ ବେଲଗାବି ଜିଲାର ନିପ୍ପାନି ଠାରେ ଥିବା ଜାତୀୟ ରାଜପଥ-୪ରେ ପ୍ରବଳ ବର୍ଷା ଯୋଗୁ ବଡ଼ ଫାଟ ସୃଷ୍ଟି ହୋଇଛି। ସୁରକ୍ଷା ଦୃଷ୍ଟିରେ ଏହି ଜାତୀୟ ରାଜପଥ ଦେଇ ସମସ୍ତ ଯାନବାହନକୁ ବନ୍ଦ କରାଯାଇଛି। ରାସ୍ତା ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Share