Categories: ଜାତୀୟ

ପ୍ରବଳ ବର୍ଷା: ବନ୍ୟା ଜଳରେ ଭାସିଗଲା ଗାଡ଼ି

ମୁମ୍ବାଇ,୨୬।୯: ମହାରାଷ୍ଟ୍ର ପୁଣେରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। କେତେକ ଅଞ୍ଚଳରେ ଘର ଭିତରେ ଛାତିଏ ପାଣି ଠିଆ ହୋଇ ରହିଛି। କିଛି ଅଞ୍ଚଳରେ ୨ ମହଲା ଘରେ ମଧ୍ୟ ବନ୍ୟାଜଳ ପଶିଥିବା କୁହାଯାଉଛି। ବନ୍ୟାଜଳରେ ରାସ୍ତାରେ ଥିବା ଗାଡ଼ି ଭାସି ଯାଇଛି। ଏହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଶାସନ ପକ୍ଷରୁ ଜଳବନ୍ଦୀ ହୋଇଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ ସମସ୍ତ ସ୍କୁଲ, କଲେଜକୁ ବନ୍ଦ ରଖାଯାଇଛି। ଇତିମଧ୍ୟରେ ଏଠାରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Share