ପ୍ରବାସୀଙ୍କୁ ଘରେ ରଖିଲେ କାର୍ଯ୍ୟାନୁଷ୍ଠାନ: ଏସ୍‌ପି

ଛତ୍ରପୁର,୬ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର କେତେକ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପ୍ରବାସୀମାନେ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ଏଥର କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ବିଶୃଙ୍ଖଳା କଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରିକି ସେମାନଙ୍କୁ ଅନ୍ୟ ଜିଲାର କ୍ବାରାଣ୍ଟାଇନ୍‌ ସେଣ୍ଟରରେ ରଖାଯିବ ବୋଲି ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରୟ କହିଛନ୍ତି। କେହି ପ୍ରବାସୀଙ୍କୁ ଘରେ ରଖନ୍ତୁ ନାହିଁ ଖିଲାପ କଲେ ଘରେ ରଖିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି ସତର୍କ କରାଇଦେଇଛନ୍ତି। ପ୍ରଶାସନ ପକ୍ଷରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଭଲ ବ୍ୟବସ୍ଥା ହୋଇଛି। ନିୟମ ସହ ମେଡିକାଲ ଟିମ୍‌ର ପରାମର୍ଶକୁ ମାନିବା ସହ କୌଣସି ଅସୁବିଧା ହେଲେ ବିଡିଓ, ତହସିଲଦାର ଓ ସରପଞ୍ଚଙ୍କୁ ଜଣାଇବା ପାଇଁ ଏସ୍‌ପି କହିଛନ୍ତି। କ୍ବାରାଣ୍ଟାଇନ୍‌ ସେଣ୍ଟରରେ ରହିଥିବା ସୁରଟ ଫେରନ୍ତା ଲୋକଙ୍କୁ ଶାନ୍ତି ବଜାୟ ରଖିବା ସହିତ ପ୍ରଶାସନକୁ ସହଯୋଗ କରିବା ନିମନ୍ତେ ଏସ୍‌ପି ମଧ୍ୟ ଅନୁରୋଧ କରିଛନ୍ତି।

Share