ଭୁବନେଶ୍ୱର,୯।୫(ବ୍ୟୁରୋ): ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ରହିତାଦେଶ ଦେବା ପରେ ପୁଣିଥରେ ଓଡ଼ିଶାକୁ ପ୍ରବାସୀଙ୍କ ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଓଡ଼ିଶା ଆସୁଛି ଆଉ ୫ ଟ୍ରେନ୍। ଗୁଜରାଟରୁ ୩ଟି, ମହାରାଷ୍ଟ୍ରରୁ ଏବଂ ତାମିଲନାଡ଼ୁରୁ ଗୋଟିଏ ଲେଖାଏ ଟ୍ରେନ୍ ଓଡ଼ିଶାକୁ ଆସୁଛି। ସୁରଟରୁ ଗୋଟିଏ ଟ୍ରେନ୍ ଗଞ୍ଜାମର ଜଗନ୍ନାଥପୁର ଅଭିମୁଖେ ବାହାରିଛି। ସେହିଭଳି ସାବରମତିରୁ ଆଉ ୩ଟି ଟ୍ରେନ୍ ଖୋର୍ଦ୍ଧା ରୋଡ ଷ୍ଟେଶନ ଆସିବ। ମହାରାଷ୍ଟ୍ରର ପାନ୍ଭେଲରୁ ଗୋଟିଏ ଟ୍ରେନ୍ ଟିଟଲାଗଡ଼ ଆସୁଛି। ଚେନ୍ନାଇରୁ ଗୋଟିଏ ଟ୍ରେନ୍ ଗଞ୍ଜାମର ଜଗନ୍ନାଥପୁର ଆସୁଛି। ୫ଟ୍ରେନ୍ରେ ପ୍ରାୟ ୫ ହଜାରରୁ ଅଧିକ ପ୍ରବାସୀ ଆସୁଥିବା ନେଇ ଶନିବାର ସୂଚନା ମିଳିଛି।