ବଇଣ୍ଡା,୧୯।୫(ଡି.ଏନ୍.ଏ.)-କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ହଣ୍ଡପା ଥାନା ଲୁହାମୁଣ୍ଡା ହାଇସ୍କୁଲ ନିକଟରେ ମଙ୍ଗଳବାର ସକାଳେ ପ୍ରବାସୀଙ୍କୁ ନେଇ କୋଲକତା ଯାଉଥିବା ଏକ ବସ୍ ସହ ଗ୍ୟାସ ବୋଝେଇ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଟ୍ୟାଙ୍କର ଚାଳକ ଝାରଖଣ୍ଡ ଅଞ୍ଚଳର ଯୋଗେଶ ଯାଦବଙ୍କ ମୃତ୍ୟୁ ହୋଇଛି। ଏଥିସହ ବସରେ ଥିବା ଚାଳକଙ୍କ ସମେତ ୧୦ ଜଣ ଆହାତ ହୋଇଥିବା ଜଣାପଡ଼ିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପହଞ୍ଚି ତଦନ୍ତ ଚଳାଇଛି।