ପ୍ରବାସୀଙ୍କୁ ରଜପାନ

ଖଇରା,୧୭।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ବିଜେଡିର ସାଧାରଣ ସମ୍ପାଦକ ତଥା ଜୀବନବିନ୍ଦୁ କାର୍ଯ୍ୟକ୍ରମର ସଂଯୋଜକ ପ୍ରହଲ୍ଲାଦ ପତି ମଙ୍ଗଳବାର ନନ୍ଦୁର ସଙ୍ଗରୋଧ କେନ୍ଦ୍ରରେ ଥିବା ୫୦ ପ୍ରବାସୀଙ୍କୁ ସ୍ବତନ୍ତ୍ର ରଜପାନ ଖୁଆଇବା ସହ ଅନ୍ୟାନ୍ୟ ଖାଦ୍ୟପୁଡିଆ ପ୍ରଦାନ କରିଛନ୍ତି ା ଏଥିସହ ପ୍ରବାସୀଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ମନ୍ତ୍ରୀ ଜ୍ୟୋତିପ୍ରକାଶ ସହାୟତାକୁ ସେ ପ୍ରବାସୀଙ୍କ ନିକଟରେ ପହଞ୍ଚାଇଥିଲେ ବୋଲି ପତି କହିଛନ୍ତି ା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗଣନାଥ ଓଝା, ଗୌତମ ନାୟକ, ବାପି ପରିଡା, ଅନାଦି ଧଡା, ନରେନ୍ଦ୍ର ବରାଳ, ଗଙ୍ଗାଧର ନାୟକ ଓ ଯଦୁନାଥ ଶିଅଳ ପ୍ରମୁଖ ସହାୟତା କରିଥିଲେ ା

Share