Categories: ଜାତୀୟ

ପ୍ରବାସୀଙ୍କ ଘର ବାହୁଡା: ଅଭିନେତା ସୋନୁଙ୍କ କାମକୁ ନେଇ ଆରମ୍ଭ ହେଲାଣି ରାଜନୀତି

ମୁମ୍ବାଇ,୭।୬: ଦେଶରେ କରୋନା ମହାମାରୀ ପାଇଁ ଚାଲିଥିବା ଲକ୍‌ଡାଉନ ଯୋଗୁ ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରି ଯିବାକୁ ଚାହୁଥିଲେ। ଏହି ସମୟରେ ଏମାନଙ୍କୁ ସହଯୋଗର ହାତ ବଢାଇଥିଲେ ବଲିଉଡ୍‌ କଳାକାର ସୋନୁ ସୁଦ। ଆଉ ସୋନୁଙ୍କର ଏହି କାର୍ଯ୍ୟକୁ ସାରା ଦେଶରେ ପ୍ରଶଂସା କରାଯାଇଥିଲା। ହେଲେ ଏବେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇ ଯାଇଛି। ରବିବାର ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ସୋନୁ ଜଣେ ଭଲ ଅଭିନେତା। ଫିଲ୍ମ ପାଇଁ ଜଣେ ଭିନ୍ନ ନିର୍ଦ୍ଦେଶକ ରହିଥାଆନ୍ତି। ଅବଶ୍ୟ ସେ ଯେଉଁ କାମ କରିଛନ୍ତି ତାହା ଖୁବ୍‌ ଭଲକାମ। ହେଲେ ଏହି କାମ ପଛରେ ଜଣେ ରାଜନୈତିକ ନିର୍ଦ୍ଦେଶକ ରହିଥିବା ସଞ୍ଜୟ ମତ ଦେଇଛନ୍ତି।

Share