Categories: ଜାତୀୟ

ପ୍ରବାସୀଙ୍କ ଟ୍ରେନ୍‌ ରାଜ୍ୟରେ ପ୍ରବେଶ ଅନୁମତି ନ ଦେବାରୁ ମମତାଙ୍କ ପାଖକୁ ପତ୍ର ଲେଖିଲେ ଶାହା

ନୂଆଦିଲ୍ଲୀ,୯।୫: କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଲାଗି ରହିଥିବା ତୁତୁ ମେମେ ଏବେ ପୁଣିଥରେ ଦେଖିବାକୁ ମିଳିଛି। ଏବେ ପୁଣିଥରେ ପ୍ରବାସୀ ଶ୍ରମିକଙ୍କୁ ନେଇ ପରସ୍ପର ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଯାଇଛି। କରୋନା ଭାଇରସ ସଂକ୍ରମଣକୁ ନେଇ ଦେଶରେ ଲାଗି ରହିଥିବା ଲକ୍‌ଡାଉନ ଯୋଗୁ ଏହି ସମୟରେ ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବାକୁ କିଛି ରାଜ୍ୟ ସରକାର ଉଦ୍ୟମ କରିଥିବା ବେଳେ କେନ୍ଦ୍ର ସରକାର ସେମାନଙ୍କୁ ସାହାଯ୍ୟ କରିଛନ୍ତି। ହେଲେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବାକୁ ସେମିତି କୌଣସି ପଦକ୍ଷେପ ନିଆଯାଇନାହିଁ। ଏହାକୁ ନେଇ ଶନିବାର କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ପତ୍ର ଲେଖିଛନ୍ତି। ଏହି ପତ୍ରରେ ସେ ‘ଶ୍ରମିକ ସ୍ପେଶାଲ ଟ୍ରେନ୍‌’ କଥା ଉଲ୍ଲେଖ କରିଛନ୍ତି। ଏହି ସମୟରେ ପ୍ରାୟ ସବୁ ରାଜ୍ୟ ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରାଇ ନେଉଥିବା ବେଳେ ପଶ୍ଚିମବଙ୍ଗ ସରକାର ‘ଶ୍ରମିକ ସ୍ପେଶାଲ ଟ୍ରେନ୍‌’ କୁ ରାଜ୍ୟରେ ପ୍ରବେଶ ଅନୁମତି ନ ହେବା ସେମାନଙ୍କ ପ୍ରତି ଅନ୍ୟାୟ ବୋଲିି ଶାହା କହିଛନ୍ତି।

Share