Categories: ଜାତୀୟ

ପ୍ରବାସୀଙ୍କ ପାଇଁ ଆସନ୍ତା ୧୦ ଦିନରେ ଚାଲିବ ୨ହଜାର ୬ଶହ ଟ୍ରେନ୍‌

ନୂଆଦିଲ୍ଲୀ,୨୩।୫: ରେଳ ଓ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଶନିବାର କରାଯାଇଥିବା ଏକ ମିଳିତ ଖବରଦାତା ସମ୍ମିଳନୀରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ପୂଣ୍ଣ୍ୟ ସଲିଳା ଶ୍ରୀବାସ୍ତବ ଶନିବାର କହିଛନ୍ତି ଏପର୍ଯ୍ୟନ୍ତ ୨୬ଶହରୁ ଊର୍ଦ୍ଧ୍ୱ ଟ୍ରେନ୍‌ ଚାଲି ସାରିଲାଣି। ୩୫ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଏହାର ଲାଭ ମଧ୍ୟ ଉଠାଇଛନ୍ତି। ତେବେ ୨ଶହରୁ ଅଧିକ ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଚାଲିଥିବା ସେ କହିଛନ୍ତି। ତେବେ ଜୁନ୍‌ ପହିଲାରୁ ଆହୁରି କିଛି ସ୍ପେଶାଲ ଟ୍ରେନ୍‌ ଚାଲିବାର ଯୋଜନା କରାଯାଇଥିବା ସେ କହିଛନ୍ତି। ଏଥିପାଇଁ ୧୪ ଲକ୍ଷ ବୁକିଂ ମଧ୍ୟ ସରିଛି। ଅନ୍ୟପଟେ ରେଲଓ୍ବେ ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ଯାଦବ କହିଛନ୍ତି ଭାରତୀୟ ରେଲଓ୍ବେ ମେ’ମାସ ପ୍ରଥମ ସପ୍ତାହରୁ ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଚଳାଇବା ଆରମ୍ଭ କରିଥିଲା। ଏଥିରେ ସମସ୍ତ ଯାତ୍ରୀଙ୍କୁ ମାଗଣାରେ ଖାଦ୍ୟ ପାନୀୟ ମଧ୍ୟ ଯୋଗାଇ ଦିଆଯାଇଥିଲା। ଟ୍ରେନ୍‌ ଓ ଷ୍ଟେଶନରେ ସ୍ବଚ୍ଛତା ଓ ସୋସିଆଲ ଡିଷ୍ଟାନସିଂକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ପ୍ରାୟ ୮୦ ପ୍ରତିଶତ ପ୍ରବାସୀ ଶ୍ରମିକ ଉତ୍ତର ପ୍ରଦେଶ ଓ ବିହାର ଯାତ୍ରା କରିଥିବା ସେ କହିଛନ୍ତି। ଆର୍ଥିକ ସ୍ଥିତି ବୃଦ୍ଧି କରିବାକୁ ଜୁନ୍‌ ପହିଲାରୁ ଆହୁରି ୨ଶହ ସ୍ପେଶାଲ ଟ୍ରେନ୍‌ ଚଲାଇବାକୁ ନିଷ୍ପତ୍ତି ନିଆଯାଇଛି। ଯେଉଁମାନେ ଟିକେଟ ବୁକ୍‌ କରିବାରେ ଅସୁବିଧା ଭୋଗୁଛନ୍ତି ସେମାନଙ୍କ ପାଇଁ ଟିକେଟ କାଉଣ୍ଟର ଖୋଲା ରହିବ ବୋଲି ସେ କହିଛନ୍ତି। ତେବେ ଭାରତୀୟ ରେଲଓ୍ବେ ଓ ରାଜ୍ୟ ସରକାର ମିଶି ୧୦ ଦିନରେ ୨୬ଶହ ଟ୍ରେନ୍‌ ଚଳାଇବାର ଯୋଜନା କରିଛନ୍ତି। ଯେଉଁଥିରେ ୩୬ ଲକ୍ଷ ଯାତ୍ରୀ ଯାତ୍ରା କରିପାରିବେ ବୋଲି ସେ କହିଛନ୍ତି।

Share