କଣିହଁା,୨୩ା୫(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହଁା ବ୍ଲକ ବଜ୍ରକୋଟ ପଞ୍ଚାୟତକୁ ଶନିବାର ୫୩ ପ୍ରବାସୀ ଫେରିଛନ୍ତି। ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ନେବା ଓ ସେଠାରେ ଉପଯୁକ୍ତ ଭାବେ ଥଇଥାନ କରିବା ଲାଗି ସରପଞ୍ଚ ରୋଜାଲିନ ସାହୁ ଜିଲାପାଳଙ୍କ କ୍ଷମତା ବ୍ୟବହାର କରି ପଞ୍ଚାୟତକୁ ୩ ଘଣ୍ଟା ପାଇଁ ଶଟଡାଉନ୍ କରିଥିଲେ। ତାଳଚେର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ କହିଛନ୍ତି, ଫେରିଥିବା ସମସ୍ତ ପ୍ରବାସୀ ବଜ୍ରକୋଟ ପଞ୍ଚାୟତର। ସେମାନେ ୨ଟି ବସ୍ରେ ତାମିଲନାଡୁରୁ ଫେରିଛନ୍ତି। ସେହିପରି କିଶୋରନଗର ବ୍ଲକ ଫୁଲମ୍ବା ଅଞ୍ଚଳକୁ ୨୪ ଜଣ ସୁରଟରୁ ଫେରିଛନ୍ତି। ସମସ୍ତ ପ୍ରବାସୀଙ୍କୁ କ୍ବାରାଣ୍ଟାଇନ୍ରେ ରଖାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।