Categories: ନୂଆପଡ଼ା

ପ୍ରବାସୀ ଓଡ଼ିଆଙ୍କୁ ସରକାର ଫେରାଇ ଆଣନ୍ତୁ

ନୂଆପଡା ଅଫିସ,୧୯ା୫-ଲକ୍‌ଡାଉନ୍‌ ଯୋଗୁ ଦେଶର ବିଭିନ୍ନ ପ୍ରାନ୍ତରେ ପ୍ରବାସୀ ଓଡିଆମାନେ ଫସି ରହିଛନ୍ତି। ସେମାନେ ଭୋକ ଓପାସର ସହ ଅସୁବିଧାରେ ରହିଛନ୍ତି। ଏଣୁ ସେମାନଙ୍କୁ ତୁରନ୍ତ ରାଜ୍ୟକୁ ଫେରାଇ ଆଣିବାରେ ସରକାର ପଦକ୍ଷେପ ନିଅନ୍ତୁ। ମଙ୍ଗଳବାର କଳାହାଣ୍ଡି ଏମ୍‌ପି ବସନ୍ତ କୁମାର ପଣ୍ଡା ଏବଂ ଜଲା ସଭାପତି ସୁବ୍ରତ କୁମାର ଠାକୁରଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଜିଲାପାଳ ମଧୁସ୍ମିତା ସାହୁଙ୍କୁ ଭେଟି ଏହି ଅନୁରୋଧ କରିଛନ୍ତି। ବର୍ତ୍ତମାନର ପରିସ୍ଥିତିରେ କରୋନା ଲଢେଇକୁ କିପରି ମୁକାବିଲା କରାଯାଇପାରିବ ସେ ଉପରେ ଜିଲାପାଳଙ୍କ ସହ ଆଲୋଚନା କରି ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ଏହା ଉପରେ ପଦକ୍ଷେପ ନେବେ ବୋଲି ଜିଲାପାଳ ସାହୁ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରସନ୍ନ କୁମାର ପାଢୀ, ସୁଶାନ୍ତ କୁମାର ପତି, ହୋମସିଂ ମାଝୀ, ମନିଜର ଆର୍ଯ୍ୟ, ତୁଲସ ପଟେଲ, ଗୋଲଡି ଅଗ୍ରୱାଲ, ମୂରଲୀଧର ସୁନା, ଚତୁର୍ଭୁଜ ଶର୍ମା, ଅଭିନନ୍ଦନ ପଣ୍ଡା, ମୁନ୍ନା ମହାପାତ୍ର, ମୁଳଚାନ୍ଦ ସୁନାନୀ, ବ୍ରଜସୁନ୍ଦର ନାଏକ ପ୍ରମୁଖ ଜିଲାପାଳଙ୍କୁ ଭେଟିଥିଲେ।