ପ୍ରବାସୀ ଓଡିଆ ସଙ୍ଗଠନ ପକ୍ଷରୁ ସହାୟତା

ଭଞ୍ଜନଗର,୮।୪(ଡି.ଏନ.ଏ.)- ସୁରାଟରେ ଅନେକ ଓଡିଆ ଲକ୍‌ଡାଉନ ପରଠୁ ଅସୁବିଧାରେ ଅଛନ୍ତି। ସେମାନଙ୍କୁ ମୁଠାଏ ଖାଇବାକୁ ସ୍ଥାନୀୟ ସରକାର ଠିକ୍‌ ଭାବେ ଯୋଗାଇ ଦେଉନାହିଁ। ତେଣୁ ସୁରଟସ୍ଥିତ ପ୍ରବାସୀ ଓଡିଆ ସଙ୍ଗଠନ ପକ୍ଷରୁ ଲକ୍‌ଡାଉନ ପରଠୁ ନିୟମିତ ଭାବେ ଗରିବ ଲୋକଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି। ପ୍ରବାସୀ ଓଡିଆ ସଙ୍ଗଠନ ସଭାପତି ପ୍ରଦୀପ ସାହୁ, ପ୍ରଶାନ୍ତ ଆରୁଖ, ଶିବରାମ ନାୟକ, ଜୟରାମ ଦଳେଇ, ସନ୍ତୋଷ ଦଳବେହେରା, ଟୁଲୁ ପାତ୍ର, ରୁନୁ ପ୍ରଧାନ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି।

Share