ଭୁବନେଶ୍ୱର,୧୮ା୫(ବ୍ୟୁରୋ): କରୋନାର ସଠିକ୍ ତଥ୍ୟ ଓ ପରିଚାଳନା ପାଇଁ ଓଡିଶା ସ୍ପେଶ ଆପ୍ଲିକେସନସ୍ ସେଣ୍ଟର ତରଫରୁ ଏକ ଭୌଗୋଳିକ ତଥ୍ୟ ବ୍ୟବସ୍ଥା ଜିଆଇଏସ୍ ପ୍ରସ୍ତୁତ କରିଛି। ଏହାଦ୍ୱାରା ବିଦେଶୀ ପ୍ରବାସୀ ଭଉଣୀ, ଭାଇମାନେ ରାଜ୍ୟର ପ୍ରତ୍ୟେକ ଜିଲାର ବ୍ଲକ, ଗ୍ରାମ ପଞ୍ଚାୟତ ତଥା ଗ୍ରାମରେ କରୋନା ପାଇଁ ନିଆଯାଇଥିବା ପଦକ୍ଷେପ ପଦକ୍ଷେପ ସମ୍ପର୍କରେ ଜାଣିପାରିବେ। ଏଥିସହିତ ସଙ୍ଗରୋଧ ସ୍ଥାନର ସଠିକ ନିରୂପଣ, ସେଠାରେ ଥିବା ସୁବିଧା ଓ ଶଯ୍ୟା ସଂଖ୍ୟା ଓ ସେହି କେନ୍ଦ୍ର ଦାୟିତ୍ୱରେ ଥିବା ନୋଡାଲ ଅଫିସର ଓ ତାଙ୍କ ମୋବାଇଲ ନମ୍ବର ତଥ୍ୟ ମିଳିପାରିବ। ଏଥିସହ ସଙ୍ଗରୋଧ କେନ୍ଦ୍ରର ଫଟୋ ମଧ୍ୟ ହେବ। ଏହି ସୂଚନା ଓଆରଏସଏସି ପକ୍ଷରୁ ଦିଆଯାଇଥିବା ମୁକ୍ୟ ଶାସନ ସଚିବଙ୍କ ଲୋକସମ୍ପର୍କ ଅଧିକାରୀ କହିଛନ୍ତି।
Posted inକରୋନା ଭାଇରସ୍, ମେଟ୍ରୋ, ରାଜ୍ୟ