Categories: ଜାତୀୟ

ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ଯୋଗାଇଲେ ଟ୍ରାନ୍ସଜେଣ୍ଡର

ପୁଣେ,୧୯।୫: ଲକ୍‌ଡାଉନ ଯୋଗୁ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାକୁ ଦେଖି ସମସ୍ତେ ସହାୟତା ଯୋଗାଇ ଦେଉଥିବା ଦେଖାଯାଇଛି। ଏହି କ୍ରମରେ ପୁଣେରେ କେତେଜଣ ଟ୍ରାନ୍ସଜେଣ୍ଡର ମଧ୍ୟ ଆଗେଇ ଆସିଥିବା ଦେଖାଯାଇଛି। ବାରଜେ-ମାଲଓ୍ବାଡିରେ ରହୁଥିବା କେତେଜଣ ଟ୍ରନ୍ସଜେଣ୍ଡର ମଦ ବିକ୍ରିକରି ଯାହା ରୋଜଗାର କରିଥିଲେ ସେଥିରେ ସେ ପାଖାପାଖି ୩ଶହ ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ଯୋଗାଇଥିବା କହିଛନ୍ତି। ତେବେ ସେମାନଙ୍କ ସଂରକ୍ଷକ ଯେତେବେଳେ ଏଥିପାଇଁ ଅନୁମତି ପ୍ରଦାନ କଲେ ସେତେବେଳେ ସେମାନେ ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ଦେଲେ ବୋଲି କୁହନ୍ତି। ସୂଚନାଯୋଗ୍ୟ, ଲକ୍‌ଡାଉନ ପୂର୍ବରୁ ଏମାନଙ୍କ ପାଖରେ କିଛି ପରିମାଣରେ ମଦ ଗଚ୍ଛିତ ଥିଲା। ଯେତେବେଳେ ବଜାରରେ ମଦ ନ ମିଳିଥିଲା ସେତେବେଳେ କେତେଜଣ ଏମାନଙ୍କ ସହ ଯୋଗାଯୋଗ କରିଥିଲେ। କିନ୍ତୁ ଏମାନେ ଅଧିକ ମୂଲ୍ୟରେ ମଦ ବିକ୍ରି କରିବାକୁ ସର୍ତ୍ତ ରଖିଥିଲେ। ଶେଷରେ ମଦ ବିକ୍ରିକରି ସେମାନେ ପାଖାପାଖି ୨୩ ହଜାର ଟଙ୍କା ଯୋଗାଡ କରିଥିବା ବେଳେ ଏବେ ଏହି ଅର୍ଥକୁ ପ୍ରବାସୀଙ୍କ ପାଇଁ ଖର୍ଚ୍ଚ କରିଥିବା କହିଛନ୍ତି ଦୀପା ନାମକ ଜଣେ ଟ୍ରାନ୍ସଜେଣ୍ଡର।

Share