ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌କୁ ପଛରୁ ପିଟିଲା ଟ୍ରଲର, ୭ ଗୁରୁତର

ବସ୍ତା,୩୧।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ୬୦ ନଂ ଜାତୀୟ ରାଜପଥର ଦଣ୍ଡିକା ଛକ ନିକଟରେ ରବିବାର ବସ୍‌କୁ ଏକ ଟ୍ରଲର ପଛପଟୁ ଧକ୍କା ଦେଇଛି। ଫଳରେ ୭ଜଣ ଗୁରୁତର ହୋଇ ବସ୍ତା ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ ବସ୍‌ଟି କେରଳରୁ ୩୦ଜଣ ପ୍ରବାସୀ ଶ୍ରମିକମାନଙ୍କୁ ନେଇ ମୁର୍ଶିଦାବାଦ ଅଭିମୁଖେ ଯାଉଥିଲା। ଖବରପାଇ ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share