Categories: ଜାତୀୟ

ପ୍ରବାସୀ ଶ୍ରମିକଙ୍କ ଉପରେ ଓଲଟିଲା ଟ୍ରକ୍‌; ୫ ମୃତ

ନରସିଂପୁର,୧୦।୫: କରୋନା ଭାଇରସ ସଂକ୍ରମଣକୁ ନେଇ ଦେଶରେ ଚାଲିଥିବା ଲକ୍‌ଡାଉନ ସମୟରେ ଘରମୁହାଁ ହୋଇଥିବା ପ୍ରବାସୀ ଶ୍ରମିକଙ୍କ ଦୁଃଖ ଯେମିତି ସରୁ ନାହିଁ। ଲକ୍‌ଡାଉନ ସମୟରେ ଘରମୁହାଁ ହୋଇଥିବା ଶ୍ରମିକଙ୍କ ରାସ୍ତା ଦୁର୍ଘଟଣାରେ ଜୀବନ ଯିବା ଘଟଣା ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି। ଶନିବାର ମଧ୍ୟପ୍ରଦେଶର ନରସିଂପୁରଠାରେ ଟ୍ରକ୍‌ ଓଲଟି ୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏମାନେ ହାଇଦ୍ରାବାଦରୁ ମଧ୍ୟପ୍ରଦେଶ ଅଭିମୁଖେ ଯାତ୍ରା କରୁଥିବା ଜଣାପଡିଛି। ଏହି ଦୁର୍ଘଟଣାରେ ଅନ୍ୟ ୧୫ ଜଣ ଆହତ ମଧ୍ୟ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ରହିଛନ୍ତି। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ୨ ଦିନ ପୂର୍ବରୁ ଚାଲିଚାଲି ଘରମୁହାଁ ହୋଇଥିବା ୧୬ଜଣ ଶ୍ରମିକ ହାଲିଆ ହୋଇ ଟେନ୍‌ ଟ୍ରାକ୍‌ ଉପରେ ଶୋଇପଡିଥିବା ବେଳେ ଏକ ମାଲବାହୀ ଟ୍ରେନ୍‌ ସେମାନଙ୍କ ଉପରେ ମାଡିଯିବାରୁ ୧୬ ଜଣଙ୍କର ମୃତ୍ୟୁ ହୋଇଥିଲା।

Share