ବେଙ୍ଗାଲୁରୁ,୨୨।୫: ପ୍ରବାସୀ ଶ୍ରମିକଙ୍କ ଗସ୍ତ ଖର୍ଚ୍ଚ କର୍ନାଟକ ସରକାର ବହନ କରିବେ ବୋଲି ଶୁକ୍ରବାର ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଘୋଷଣା କରିଛନ୍ତି। ମେ ୩୧ ପର୍ଯ୍ୟନ୍ତ ଯେଉଁ ଶ୍ରମିକମାନେ ଶ୍ରମିକ ସ୍ପେଶାଲ ଟ୍ରେନ୍ରେ କର୍ନାଟକ ଗସ୍ତ କରିଛନ୍ତି ସେମାନଙ୍କ ଗସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ଯେ ଯେଉଁ ପ୍ରବାସୀ ଶ୍ରମିକମାନେ ଗସ୍ତ ଖର୍ଚ୍ଚ ଦେବାକୁ ସକ୍ଷମ ନୁହଁନ୍ତି ସେମାନଙ୍କ ଗସ୍ତ ଖର୍ଚ୍ଚ ସରକାର ବହନ କରିବେ।