ପ୍ରବାସୀ ଶ୍ରମିକଙ୍କ ଦୁଃଖ ଶୁଣିଲେ ରାହୁଲ ଗାନ୍ଧୀ: ଡକ୍ୟୁମେଣ୍ଟାରୀ ରିଲିଜ୍‌

ନୂଆଦିଲ୍ଲୀ,୨୩।୫: ଭାରତରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଲକ୍‌ଡାଉନ୍‌ ଜାରି ହୋଇଛି। ଦେଶର ବିଭିନ୍ନ ରାଜ୍ୟରେ ବହୁ ପ୍ରବାସୀ ଶ୍ରମିକ ଅଟକି ରହିଛନ୍ତି। ନିଜ ନିଜ ରାଜ୍ୟକୁ ଫେରିବା ପାଇଁ ଶ୍ରମିକମାନଙ୍କ ଲାଗି ଉଦ୍ୟମ ଅବ୍ୟାହତ ରହିଛି। ଏପରିସ୍ଥଳେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ପ୍ରବାସୀ ଶ୍ରମିକଙ୍କୁ ଭେଟିଛନ୍ତି। ସେ ସେମାନଙ୍କ ଘର ଫେରନ୍ତା ଦୁଃଖ ଶୁଣିଛନ୍ତି। ଶ୍ରମିକଙ୍କ ସହିତ କଥାବାର୍ତ୍ତା କରୁଥିବାର ୧୬ ମିନିଟ୍‌ର ଏକ ଡକ୍ୟୁମେଣ୍ଟାରୀ ଇତିମଧ୍ୟରେ ରିଲିଜ୍‌ ହୋଇଛି। ସରକାର ୧୩ କୋଟି ଗରିବ ପରିବାରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି। ପ୍ରତି ପରିବାରଙ୍କ ସଞ୍ଚୟ ଖାତାକୁ ୭୫୦୦ ଟଙ୍କା ପଠାଇବା ପାଇଁ ସେ ଦାବି କରିଛନ୍ତି। ରାହୁଲ ଦିଲ୍ଲୀର ସୁଖଦେବ ବିହାର ଫ୍ଲାଏଓଭରଠାରେ ପ୍ରବାସୀ ଶ୍ରମିକଙ୍କୁ ଗତି ଶନିବାର ଭେଟିଥିଲେ।

Share