Categories: ଖେଳ

ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ରାନ୍ଧୁଛନ୍ତି ବିରେନ୍ଦ୍ର ସେହ୍ବାଗଙ୍କ ପରିବାର

କରୋନା ମହାମାରୀ ସଙ୍କଟ ବେଳେ ପ୍ରବାସୀ ଶ୍ରମିକଙ୍କ ଦୁଃଖ ଦିନକୁ ଦିନ ବଢିବାକୁ ଲାଗିଛି। ଅନ୍ୟ ରାଜ୍ୟକୁ ଦାଦନ ଖଟିବା ଲାଗି ଯାଇଥିବା ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ଫେରିବା ପାଇଁ ନାନା ଅସୁବିଧାର ସାମ୍ନା କରୁଛନ୍ତି। ଶ୍ରମିକଙ୍କ ଏଭଳି ଦୁଃଖ ସମୟରେ ସେମାନଙ୍କୁ ସହାୟତାର ହାତ ବଢାଇଛନ୍ତି ଅନେକ ସେଲିବ୍ରିଟି। ଏଥିରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ। ନିଜ ପରିବାର ଲୋକଙ୍କ ସହ ମିଶି ସେ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ବାଣ୍ଟୁଛନ୍ତି। ଏଥିରେ ତାଙ୍କୁ ସାହାଯ୍ୟ କରୁଛନ୍ତି ସ୍ତ୍ରୀ, ମା’ ଏବଂ ପୁଅ। ସେହ୍ବାଗ ଟୁଇଟ୍‌ କରି କହିଛନ୍ତି ଯେ ନିଜ ଘରୁ ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ରାନ୍ଧି ବାଣ୍ଟିବାର ଆତ୍ମସନ୍ତୋଷ ଅନ୍ୟ କୌଣସି ଜିନିଷରେ କମ୍‌ ମିଳିଥାଏ। ଆପଣ ଯଦି ୧୦୦ ଶ୍ରମିକଙ୍କୁ ଖାଦ୍ୟ ଦେବା ଲାଗି ଆଗ୍ରହୀ ତେବେ ସେହ୍ବାଗ ଫାଉଣ୍ଡେସନ ସହ ଯୋଗାଯୋଗ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ସେହ୍ବାଗଙ୍କ ଦାତ୍ତବ୍ୟ ଅନୁଷ୍ଠାନ ବିଭିନ୍ନ ଉପାୟରେ ଶ୍ରମିକଙ୍କ ସହାୟତା ଯୋଗାଇ ଦେବା ପାଇଁ ଆଗେଇ ଆସିଛି।

Share