ପ୍ରବାସୀ ଶ୍ରମିକଙ୍କ ପାଇଁ ଖୁସି ଖବର: ଯୋଗୀ ସରକାର ଯୋଗାଇ ଦେବେ ବାସଗୃହ-ଦୋକାନ

ଲକ୍ଷ୍ନୌ,୨୬।୫: କରୋନା ସଂକ୍ରମଣ ନେଇ ଭାରତରେ ଆତଙ୍କ ସୃଷ୍ଟି ହୋଇଛିି। ସେହିପରି ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଧୀରେଧୀରେ ଉତ୍କଟ ହେବାରେ ଳାଗିଛି। ତେବେ ଉତ୍ତରପ୍ରଦେଶ ସରକାର ପ୍ରବାସୀ ଶ୍ରମିକଙ୍କ ପାଇଁ ଖୁସି ଖବର ଆଣିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରବାସୀ ଶ୍ରମିକଙ୍କୁ କମ୍‌ ଦାମରେ ରହିବା ଲାଗି ବାସଗୃହ ଏବଂ ଆର୍ଥିକ ବିକାଶ ନିମନ୍ତେ ଦୋକାନ ଘର ଯୋଗାଇଦେବେ। ଇତିମଧ୍ୟରେ ରାଜ୍ୟରେ ୧୬ ଲକ୍ଷ ଶ୍ରମିକଙ୍କ ସ୍କିଲ୍‌ ମ୍ୟାପିଂ କାର୍ଯ୍ୟ ଆରମ୍ଭ କରାଯାଇଛି। ପ୍ରବାସୀ ଶ୍ରମିକଙ୍କ ଥଇଥାନ ପାଇଁ ସରକାର ଯୋଜନାବଦ୍ଧ ଭାବେ କାର୍ଯ୍ୟଧାରା ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରୁଥିବା କୁହାଯାଉଛି। କରୋନା ସଙ୍କଟର ମୁକାବିଲା ସହିତ ଶ୍ରମିକଙ୍କ ସମସ୍ୟା ଦୂର ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

Share