ପ୍ରବାସୀ ଶ୍ରମିକଙ୍କ ପାଇଁ ଚପଲ ବ୍ୟବସ୍ଥା କଲା ଆଗ୍ରା ପୋଲିସ

ଆଗ୍ରା,୧୯।୫: କରୋନା ସଂକ୍ରମଣ ଯୋଗୁ ଦେଶରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଦେଶର ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକ ଭିଟାମାଟିକୁ ଫେରିବା ଲାଗି ଚାହିଁ ବସିଛନ୍ତି। ଉତ୍ତରପ୍ରଦେଶର ଆଗ୍ରା ପୋଲିସ ବିଭାଗ ପକ୍ଷରୁ ଶ୍ରମିକମାନଙ୍କ ପାଇଁ ଚପଲ ବ୍ୟବସ୍ଥା କରାଯାଇଛି। ଘରକୁ ଫେରୁଥିବା ଶ୍ରମିକଙ୍କୁ ପୋଲିସ ବିଭାଗ ପକ୍ଷରୁ ମାଗଣାରେ ଚପଲ ପ୍ରଦାନ କରାଯାଉଛି। ସେମାନଙ୍କୁ ଆବଶ୍ୟକ ଖାଦ୍ୟ ଏବଂ ପାନୀୟ ମଧ୍ୟ ଯୋଗାଇ ଦିଆଯାଉଥିବା ଆଗ୍ରା ଡିଏସ୍‌ପି ବିକାଶ ଜୟସ୍ବାଲ କହିଛନ୍ତି। ବହୁ ଶ୍ରମିକ ଖାଲି ପାଦରେ ଚାଲିଚାଲି ଘରକୁ ଫେରୁଥିବାରୁ ପୋଲିସ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସେ ପ୍ରକାଶ କରିଛନ୍ତି।

Share